କୁନି ଝିଅର ଅପରେସନ ହେବ
ଆପଣଂକର ସାହାଯ୍ୟ ଦରକାର
+91 93468 03261 - Google Pay - ଅନୁରାଧା ସାହୁ
ଖାଦ୍ୟନଳୀ ନଥିବାରୁ ତିନି ବର୍ଷ ଧରି ଯନ୍ତ୍ରଣାରେ କୁନି ଆରତୀ, ନଭେମ୍ବର ୧୭ରେ AIIMS ଭୁବନେଶ୍ୱରରେ ଅସ୍ତ୍ରୋପଚାର
ବଲାଙ୍ଗୀର: ଖାଦ୍ୟନଳୀ ନଥିବାରୁ ଦୀର୍ଘ ତିନି ବର୍ଷ ଧରି ଚିକିତ୍ସାଜନିତ ସମସ୍ୟା ଭୋଗୁଥିବା ଗରିବ ଦିନମଜୁରିଆ ପରିବାରର କୁନି ଝିଅ ଆରତୀ ସାହୁଙ୍କ ଚିକିତ୍ସା ପାଇଁ ଏବେ ସହାୟତାର ଆବଶ୍ୟକତା ଦେଖାଦେଇଛି।
ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ଭରସୂଜା ପଞ୍ଚାୟତର ବିନ୍ଧାପାଲି ଗାଁର ଆରତୀ ସାହୁଙ୍କ ବୟସ ଦେଢ଼ ବର୍ଷ ବୋଲି ପରିବାର ପକ୍ଷରୁ କୁହାଯାଇଛି। ଖାଦ୍ୟନଳୀ ସମସ୍ୟା ଯୋଗୁଁ ପରିବାର ଦୀର୍ଘଦିନ ଧରି ଝିଅର ଚିକିତ୍ସା ପାଇଁ ବଲାଙ୍ଗୀର, ଭୁବନେଶ୍ୱର ସମେତ ବାହାର ରାଜ୍ୟର ବିଭିନ୍ନ ମେଡିକାଲକୁ ଯାତାୟାତ କରୁଛନ୍ତି।
ପରିବାରର ଆର୍ଥିକ ସ୍ଥିତି ଅତ୍ୟନ୍ତ ଦୁର୍ବଳ। ଭଙ୍ଗା ମାଟି ଚାଳ ଘରେ ରହୁଥିବା ଦିନମଜୁରିଆ ପରିବାର ପାଇଁ ଦୀର୍ଘଦିନର ଚିକିତ୍ସା ଖର୍ଚ୍ଚ ବହନ କରିବା କଷ୍ଟକର ହୋଇପଡ଼ିଛି। ଏପରିକି କୁନି ଝିଅଟି ପାଇଁ ବିସ୍କୁଟ କିଣିବାକୁ ମଧ୍ୟ ଟଙ୍କା ନଥିବା ପରିବାର ପକ୍ଷରୁ କୁହାଯାଇଛି�