ଗୁରଣ୍ଡି: ମହେନ୍ଦ୍ରତନୟା ନଦୀରେ କୁମ୍ଭୀର ନୁହେଁ, ଭାଇରାଲ ଫଟୋ ଏଆଇ ଜେନେରେଟେଡ
ମହେନ୍ଦ୍ରତନୟା ନଦୀରେ କୁମ୍ଭୀର ଥିବା ନେଇ ଭାଇରାଲ ଫଟୋଟି ଏଆଇ ଜେନେରେଟେଡ ବୋଲି ପାରଳାଖେମୁଣ୍ଡି ବନ ବିଭାଗ ସ୍ପଷ୍ଟ କରିଛି। ଜଣେ ନାବାଳକ ଏହା ପ୍ରସ୍ତୁତ କରିଥିବା ଜଣାପଡିଛି। ଗୁଜବରୁ ଦୂରେଇ ରହିବାକୁ ବନ ବିଭାଗ ପରାମର୍ଶ ଦେଇଛି।