‘ଏକ ପେଡ୍ ମା କେ ନାମ୍ ୩.୦’ ଅଭିଯାନରେ ୨୦୦ରୁ ଊର୍ଦ୍ଧ୍ୱ ଚାରାରୋପଣ ।
ଢେଙ୍କାନାଳ ସଦର : ଶୁକ୍ରବାର ଦିନ ଢେଙ୍କାନାଳ ସଦର ବ୍ଲକ୍ ସପ୍ତଶଯ୍ୟା ପଞ୍ଚାୟତ ସଦେଇବେରେଣୀ କଳାକୃତି ଗ୍ରାମଠାରେ ଗୁରୁବାର ‘ଏକ ପେଡ୍ ମା କେ ନାମ୍ ୩.୦’ ଅଭିଯାନ ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଢେଙ୍କାନାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଆମ୍ବ ଚାରା ରୋପଣ କରି ଏହାର ଶୁଭାରମ୍ଭ କରିଥିଲେ। ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦୀପ୍ତି ରଞ୍ଜନ ସେଠୀ ଏବଂ ଢେଙ୍କାନାଳ ସଦର ବିଡିଓ ରାହୁଲ ମଣ୍ଡଳ ମଧ୍ୟ ଚାରାରୋପଣ କରିଥିଲେ। ‘ଏକ ପେଡ୍ ମା କେ ନାମ୍ ୩.୦’ ଅଭିଯାନ ମାଧ୍ୟମରେ ପରିବେଶ ସୁରକ୍ଷା,ସବୁଜିମା ବୃଦ୍ଧି ଏବଂ ବୃକ୍ଷରୋପଣ ପ୍ରତି ଜନସାଧାରଣଙ୍କ ମଧ୍ୟରେ ସଚେତନତା ଓ ଦାୟିତ୍ୱବୋଧ ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯାଉଛି। ଏହି ଅବସରରେ ସ୍ଥାନୀୟ ସରପଞ୍ଚ ଅଭିମନ୍ୟୁ ବେହେରା,ଶଙ୍କରପୁର ମଣ୍ଡଳ ସଭାପତି ସୁଶିଲ କୁମାର ରାଉତ,ସରକାରୀ କର୍ମଚାରୀଙ୍କ ସମେତ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ବିପୁଳ ଉତ୍ସାହ ଓ ଉଦ୍ଦୀପନାର ସହ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ପ୍ରବଳ ବ