🚨 ସେମିଳିଗୁଡାରେ ଚାଞ୍ଚଲ୍ୟକର ହତ୍ୟା ଘଟଣାର ପର୍ଦ୍ଦାଫାସ, ୨ ଗିରଫ
ସେମିଳିଗୁଡାରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ। ଗୁରୁଦ୍ୱାର ଅଞ୍ଚଳର ୨୨ ବର୍ଷୀୟା ଯୁବତୀ ଅଲବିନା ଗରଡ଼ାଙ୍କ ହତ୍ୟା ଘଟଣାରେ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ସେମିଳିଗୁଡା ପୋଲିସ।
ପୋଲିସର ସୂଚନା ଅନୁସାରେ, ଆନ୍ଧ୍ରପ୍ରଦେଶ ଅଞ୍ଚଳରୁ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଘଟଣାଟି ଫିଲ୍ମ ଷ୍ଟାଇଲରେ ଯୋଜନାବଦ୍ଧ ଭାବେ ଘଟାଯାଇଥିବା ନେଇ ତଦନ୍ତରୁ ସାମ୍ନାକୁ ଆସିଛି।
ଘଟଣା ପରେ ତଦନ୍ତ ଆରମ୍ଭ କରି ସେମିଳିଗୁଡା ପୋଲିସ ଅଭିଯୁକ୍ତଙ୍କ ନିକଟରେ ପହଞ୍ଚିଥିଲା। ଶେଷରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ଆଇନଗତ ପଦକ୍ଷେପ ନେଇଛି ପୋଲିସ।
ଫିଲ୍ମ ଷ୍ଟାଇଲରେ ହତ୍ୟା, ଆନ୍ଧ୍ରରୁ ଶବ ଉଦ୍ଧାର—ସେମିଳିଗୁଡା ପୋଲିସର ତଦନ୍ତରେ ଖୋଲିଲା ରହସ୍ୟ।
#Semiliguda #Koraput #MurderCase #PoliceInvestigation #CrimeNews #KoraputNews #OdishaNews #BreakingNews